କୁନି ଝିଅ କୀର୍ତ୍ତନ ସାହୁ ଡିସେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-11b92a6ec9.html ଆମ କୁନି ଝିଅ କଅଁଳ ପାଦ ଥାପି ଦେଲେ ଶୁଭେ ମଧୁର ନାଦ ଗେହ୍ଲି ଝିଅଟିଏ ଆମ ` ଡୁଡୁଲି ` ତାହାର ନାମ । ନିଅ ତାକୁ ଟିକେ କୋଳେଇ ନିଅ କଥା କହି ଟିକେ ଗେହ୍ଲେଇ ଦିଅ ହସି ଦେବ ଫି ` କରି କିଏ ହେବ ତାହା ସରି । ସିଏ ପରା ଘର ମୁକୁତା ମଣି ନ ଥାଉରେ ଘରେ ଗୋଟିଏ ଅଣି ହେଲେ ଘର ପୂରି ଉଠେ ସରଗ ସୁଷମା ତୁଠେ । କୁନି ଝିଅ ମିଠା କଥାଟି କହେ ସତେ ଅବା ମଧୁ ମଳୟ ବହେ ଡାକି ଦେଲେ ଧାଇଁ ଆସେ ବସି ଯାଏ ଆମ ପାଶେ । ଧୀରେ ଧୀରେ ଦିନେ ବଡ ସେ ହେବ କେତେ ଭଲ ଗୁଣ ଦେଖେଇ ଦେବ କାମ ତା କଅଁଳ ଖରା ଆମ କୁନି ଝିଅ ପରା । ∎ ମିଶ୍ର କଲୋନୀ ଶାଳପଡ଼ା, କେନ୍ଦୁଝର ଦୂରଭାଷ – ୯୪୩୮୪୧୪୭୦୧