ହିସାବ ଯଦି ନାହିଁ ପ୍ରଭାତ ଚନ୍ଦ୍ର ରଥ ଡିସେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-10ca22059b.html ପବନା ଥରେ ରେଳରେ ବସି କେରଳ ଗଲା ବୁଲି, ଚକ ଚକିଆ ହୋଟେଲ ଦେଖି ଖୁସିରେ ଗଲା ଫୁଲି.. ଦିଚାରି ଦିନ ଧୂମ ଖାଇ ଆରାମ କଲା ସେଠି, ହୋଟେଲ ଭଡା ଦେଇ ନପାରି ଖଟିଲା ସେଠି ବେଠି. ଘରକୁ ଯେବେ ଆସିଲା ଫେରି ମୁହଁ ଦିଶଇ ଫିକା ମୁଦିଠୁ ଘଣ୍ଟା ଯା ପିନ୍ଧିଥିଲା ସବୁ ହୋଇଛି ବିକା. ସାଥୀଏ ଘେରି କହିଲେ ତାକୁ ଇମିତି ହେଲା କାହିଁ, ପବନା କହେ - ଇମିତି ହୁଏ ହିସାବ ଯଦି ନାହିଁ.. ∎ ଅବସରପ୍ରାପ୍ତ ଶିକ୍ଷକ ସତ୍ୟବାଦୀ 8763302507.