ମିଠା ମହକ :‌ ଜୀବନ ଫୁଲ ପ୍ରଶାନ୍ତ କୁମାର ଦାଶ ଫେବୃଆରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-10222a9a15.html କାହାର ଦୁଃଖ ଦେଖିଲେ ଥରେ ଛାତିରେ ଉଠେ କୋହ ଆପଣା ଛାଏଁ ଖସି ପଡଇ ଆଖିରୁ ଧାରେ ଲୁହ || ସ୍ନେହ ପ୍ରେମର ଝରଣା ବୋହେ ଦୁନିଆଛାତି ପରେ ମିଠା ମହକ ବଚନ ଶୁଣି ଦୁଃଖ ଆବେଗ ସରେ || ମରମତଳେ ସବୁରି ପାଇଁ ସମବେଦନା ରଖି କରିଲେ ହିତ ପୁଲକେ ଚିତ୍ତ ଛୁଟଇ ମନପକ୍ଷୀ || ଦୁନିଆହିତ ସାଧିଲେ ପାଏ ମଣିଷ ଦିନେ ପୂଜା ନଥାଏ ଶିରେ ମୁକୁଟ ସିଏ ହୁଏ ରାଇଜ ରାଜା || ମହକି ଉଠେ ଜୀବନଫୁଲ ଜଗତ ହୁଏ ଖୁସୀ ସରଗୁ ପୁଣି ଧରଣୀ କୋଳେ ପଡ଼ଇ ସୁଧା ଖସି || ∎ କୁଞ୍ଜର -ସଙ୍ଗଳାଇ ପିପିଲି -ପୁରୀ ମୋବାଇଲ -୯୬୬୮୮୨୨୧୯୦