କେ ପାରିଵ କହିରେ ନୀଳମଣି ଚାନ୍ଦ ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-0fc1a4fabf.html କେତେ ପାଠ ଵହିରେ କେତେ ବାଲି ନଈରେ ସାଗରରେ କେତେ ପାଣି କେ ପାରିବ କହିରେ ? କେତେ ତାରା ନଭରେ ଗଣିଲେ ତ ହେଵରେ କେତେ ଫୁଲ ଫୁଟେ ନିତି କିଏ କହି ଦେଵରେ ? କେତେ ଢେଉ ସାଗରେ କେତେ ଶୀତ ମାଘରେ ଉତ୍ତର ଜାଣିଛି ଯିଏ ରହୁ ସବା ଆଗରେ। କେତେ ମହୁ ଫେଣାରେ କାହାକୁ ଯେ ଜଣାରେ ସେଇ କଥା ଭାବିଭାଵି ହୁଏ ଵୁଦ୍ଧି ଵଣାରେ। କିଏ ଗଲା ରହିରେ କେ ଖୋଜିଲା ଵହିରେ ଆଈ କହୁଥିଲେ ହସି କେ ପାରିବ କହିରେ ? ∎ ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭