ତିନିମାଙ୍କଡ଼ ଶ୍ରୀମତୀ ଶକୁନ୍ତଳା ମିଶ୍ର ଫେବୃଆରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-0e48ff4897.html ତିନୋଟି ମାଙ୍କଡ଼ ବସିଥିଲେ ଏକ ଡାଳରେ କୁନା ପଚାରିଲା ମୁନାକୁ ଦେଖୁନୁ ବସିଛନ୍ତି କେଡ଼େ ବାଗରେ ।୧। ଗାନ୍ଧୀ ମହାତ୍ମାଙ୍କ ତିନି ମାଙ୍କଡ଼ ଏ ଜାଣିନୁ କି ସାଙ୍ଗ ମୋହର ଆଖି, କାନ, ପାଟି ମୁଜି ବସିଛନ୍ତି କହୁଛନ୍ତି ଗାନ୍ଧୀ ମନ୍ତର ।୨। ଆଖି ଯେ ମୁଜିଛି କହୁଛି ନୀରବେ ମନ୍ଦ ଗୁଣ ଦେଖନାହିଁଟି କାନ ମୁଜି ଯିଏ ବସିଛି କହୁଛି ମନ୍ଦ କଥା ଶୁଣ ନାହିଁ ।୩। ମନ୍ଦ ନ ଦେଖିଲେ ମନ ହୁଡ଼ିବନି ମନ୍ଦ ନ ଶୁଣିବ ଯେବେଟି କୁଶିକ୍ଷାଠୁ ଦୂରେ ରହିବ ନିଶ୍ଚୟ ଭଲ ପିଲା ନିଶ୍ଚେ ହେବଟି ।୪। ଗୁରୁ ଗୁରୁଜନ କେତେ ଭଲ କଥା କହିଯାଇଛନ୍ତି ଆମକୁ ତାଙ୍କ କଥା ଯଦି ମାନି ଚଳୁଥିବା ବିପଦ ନଥିବ ଆଗକୁ ।୫। ମନ୍ଦ କଥା ଯଦି ନ କହିବ ତେବେ କହିବ ମଧୁର ବଚନ ମିଠା କଥା କହି ଜଗତ ମୋହିବ କହେ ଭାଗବତ ପୁରାଣ ।୬। ∎ `ଶିବ ଭବନ` ଦୋଳମଣ୍ଡପ ସାହି, ପୁରୀ-୧ ମୋ:୯୪୩୯୭୨୮୫୧୦