ଗୀତଟିଏ ଶ୍ରମିକ ପାଇଁ ନୀଳମଣି ଚାନ୍ଦ ମଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-0c3a02846e.html ଦେଖିଥିବ ତୁମେ, ଦେହଟିରୁ ତା`ର ଝାଳ ଗମଗମ ଝରେ ଶୁଣି ନ ଥିବ ତ ଚୁପ୍ ହୋଇ କେବେ ସିଏ ବସିଅଛି ଘରେ ଶାରୀରିକ ଶ୍ରମ କରେ କରୁଥାଏ ସେବା, ଦେଖି ବୁଝି ନେବା କହିଲେ କଥା ନ ସରେ। ଭେଟିଥିଲେ ତା`କୁ ପୋଲ କାମ ବେଳେ ହେବାବେଳେ ଘର ଗଢ଼ା କଥାପଦେ ତାକୁ ପଚାରି ଥାଆନ୍ତେ କେତେ ତା`ର ପାଠପଢ଼ା କହେନି କଥା ସେ ଚଢ଼ା ମାଲିକ ପାଖରୁ ଖାଏ ନିତି ଗାଳି ଶୁଣେ ଭାଷା ଭାରି କଡ଼ା। ନୂଆ ନୂଆ କଳ ଆସିବା ଦିନରୁ ତା ହାତରେ କାମ ନାହିଁ ନାହିଁ ରୋଜଗାର କାମ ଆସିଯିବ ସେ ପାଇଁ ଥାଏ ସେ ଚାହିଁ ମଥା ଘୂରେ ଘାଇଁ ଘାଇଁ ସିଏ ଭାବେ ଦୁଃଖୀ ସୁଖର ତପନ ତା ଭାଗ୍ୟେ ଊଇଁବ ନାହିଁ । ପ୍ରଶଂସା କରନ୍ତି ସମସ୍ତେ କେତେରେ ହେଲେ ତ ଦରଦ ନାହିଁ ଗରିବ ହୋଇରେ ରହିଯାଏ ସିଏ ସାରା ଜୀଵନଟି ପାଇଁ ମଇ ଏକ କୁରେ ଚାହିଁ ସମସ୍ତେ କହନ୍ତି ଶ୍ରମିକ ଦିବସ ଆମେରେ ଭୁଲିଵା ନାଇଁ। ∎         ୨୭,ମନ୍ତ୍ର ମାନୋର,ଗୋଠପାଟଣା ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭