ଦହିପଖାଳ ଧନଞ୍ଜୟ ସ୍ୱାଇଁ ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-0c221bb0f6.html ତତଲା ଭାତ ଗରମ ଚାହା ୠଚୁନି ଏବେ ଆଉ ମନ ଲୋଡୁଛି ଦହିପଖାଳ ଗ୍ରୀଷମ ଛୁଁ ଛୁଁ ଗୋଟା କଲରା ଭଜା ସାଙ୍ଗକୁ ଶାଗ ଓ ବଡିଚୁରା କଷି ଆମ୍ବର ଛେଚା, ଭରତା ଛତୁ ପତର ପୋଡା ଆମ୍ବକଷିଆ କଟା ଅଦାରେ ଦହିପଖାଳ ଭାତ ଚିଙ୍ଗୁଡ଼ି ଛେଚା ପାଖରେ ଥିଲେ ଚାଟି ଖାଇବ ହାତ ଭାରି ସୁଆଦ ଚଟଣି କଲେ ବାଇଗଣକୁ ପୋଡି ଦି` ଥର ମାଗି ଖାଇବ ଚୁନା ମାଛର ଚଡ଼ଚଡ଼ି ଭେଣ୍ଡି ମସଲା ପୋଟଳ ଛଣା ପାଟିରେ ଆଣେ ପାଣି ଛୁଇଁ ଆଳୁର ଭଜା ସୁଆଦ ପଖାଳ ନିଏ ଟାଣି ପାଖୁଡେ ଓଲି ଚିମୁଟେ ଲୁଣ ରାଗୁଆ ଲଙ୍କା ଆଣି ଖାଇଲେ ମାଛ ଭଜାରୁ ଖଣ୍ଡେ ଖରା ହୁଏନି ଜାଣି ଦହିପଖାଳ ନାଁ ଟି ଶୁଣି ଅରୁଚି ଯାଏ ଛାଡ଼ି କାଟଇ ନାହିଁ ଦେହକୁ ଖରା ପଳାଇ ଯାଏ ଚାଲି!! ∎ ମୋ -9437000636