ରହିଯା ପରଜାପତି ସୁଭାଷ ଚନ୍ଦ୍ର ଭୂତିଆ ଫେବୃଆରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-0b73a3b02a.html ରହିଯା ପରଜାପତି ଯାଆନା ଉଡି ତୋ ପାଇଁ ରଖିଛି ମୁହିଁ ଫୁଲ ସଜାଡି । ଝୁଡ଼ିରେ ରଖିଛି ଦେଖ ଟଗର ହେନା ଗେଣ୍ଡୁ ମାଳତୀ ଚମ୍ପା ଭାରି ବାସନା ମନ୍ଦାର ଫୁଲଟି ମୁହଁ ନାଳିଆ କରି ରାଗରେ ଚାହିଁଛି ତୋତେ ଫୁଲେଇ ଭାରି । ଅତର ଲଗାଇ ଦେହେ ମଧୁ ମାଳତୀ ମଉନେ ବସିଛି ହାତେ ଧରି ଆଳତୀ । ସରାଗରେ ମଲ୍ଲୀ ଫୁଲ ସଫେଦ ପାଟ ପିନ୍ଧି ଚାହିଁ ରହିଅଛି ତୋହରି ବାଟ । ସେବତୀ ସଜାଇ ମୁହଁ ସୁନ୍ଦର କରି ତୋତେ ଭାବି ମନ ତାର ଯାଉଛି ମରି । ରଜନୀଗନ୍ଧା ର ବାସ ଚହଟି ଯାଏ ତୋ ପାଇଁ କା ସାଥେ ସେହୁ କଥା ନହୁଏ । ଯାଆନା ପରଜା ପତି ଆମକୁ ଛାଡି ଆମ ସାଥେ ତୋର ଭାବ ହୋଇବ ଯୋଡି । ∎ ଡିହଡୋଳ,ପରଜଙ୍ଗ,ଢେଙ୍କାନାଳ ମୋ-୮୦୧୮୮୮୪୮୦୬