ଭୁଲିବିନି ମୋର ଗାଁ ଧନଞ୍ଜୟ ସ୍ୱାଇଁ ଏପ୍ରିଲ: ୨୦୨୬ Canonical: https://sishu.kabitawithoutborders.org/shishu/article_details-0aa22349f8.html ଧୂଳି ଓ ଧୂଆଁରେ ପୁରିଥାଏ ତୁମ ସହରର ବାଟ ଘାଟ ଶୀତଳ ବାଆରେ ହସେ କିନ୍ତୁ ଆମ ଗାଁ ବଣ, ବିଲ, ପାଟ ତୁମ ଫୁଲ କୁଣ୍ଡେ ଯେଉଁ ଫୁଲଫୁଟେ ବାସନା ନ ଥାଏ ସେଠି ଆମ ଗାଁ ମଲ୍ଲୀ, ମାଳତୀ, ବଧୂଲି ଅତର ସିଞ୍ଚଇ ଏଠି ତୁମ ସହରରେ ନିତି ସଞ୍ଜ ହେଲେ ପୁରାଣ ପଢ଼େନି କେହି ବୋଉ ଦୀପ ଜାଳି ଚଉରାର ମୂଳେ ଶୁଭ ଏଠି ମନାସଇ ତୁମ ସହରରେ ନାଳ, ନରଦମା ମଶା, ମାଛି ଭଣଭଣ ଆମ ନଈ ନାଳ ଭାରି ନିରିମଳ ପାଣି ସ୍ୱଚ୍ଛ ଦରପଣ ତୁମ ସେଠି ସିନା ସହର, ବଜାର ସିନେମା ଓ ଥିଏଟର ବୋହୂଚୋରୀଆଉ ବାଗୁଡ଼ିଖେଳରେ ଗାଁ ଗହଗହ ମୋର ତୁମ ମନ କୂଟ କପଟରେ ଭରା ଆଖିକୁ ଆସେନି ନିଦ ସାହି ଓ ପଡିଶା ସଭିଏଁ ଭରଷା କରନ୍ତିନି ଏଠି ବାଦ ଥିଲେ ଥାଏଁ ପଛେ ଘରଠୁଁମୁଁଦୂରେ ଭୁଲିବିନି ମୋର ଗାଁ ଛବି ହୋଇସେମୋ ଆଖିରେନାଚଇ ଅପାସୋରା ତାର ନାଁ!! ∎ ମୋବାଇଲ- 9437000636.