ସେଇ ବାଳକଟି ରାଧାମାଧବ ରଥ ମାର୍ଚ : ୨୦୨୪ Canonical: https://sishu.kabitawithoutborders.org/shishu/article_details-0a6e99824c.html ସନ୍ଧ୍ଯା ବେଳ। ରାସ୍ତା କଡରେ ବିପଣୀ ବସିଥାଏ। କୌଣସି ଏକ ଭଦ୍ର ବ୍ଯକ୍ତି ନିଜ କାରରୁ ଓହ୍ଲାଇ ବିପଣୀରେ କିଛି ସଉଦା ଆଣିବାକୁ ଗଲେ। କିଛି ଦୂରରେ ଗରିବ ବାଳକଟିଏ ଛିଣ୍ଡା ପୋଷାକ ପିନ୍ଧି ତାଙ୍କଠାରୁ କିଛି ସାହାଯ୍ଯ ପାଇବା ଆଶାରେ ବିକଳ ନୟନରେ ଅନେଇ ରହିଥାଏ ମାତ୍ର ସାହସ କରି ମାଗି ପାରୁ ନ ଥାଏ। କିଛି ସାହାଯ୍ଯ ପାଇଲେ,ଘରେଥିବା ଶଯ୍ଯାଶାୟୀ ବାପାମାଆଙ୍କ ସେବା କରିବ। ଏହି ସମୟରେ ସଉଦା କରୁ କରୁ ଭଦ୍ର ବ୍ଯକ୍ତିଙ୍କ ପକେଟରୁ ଅଜାଣତରେ ମନିପର୍ସଟି ଗଳି ପଡିଲା। ସେଥିରେ କିଛି ଟଙ୍କାବି ଥିଲା। ପିଲାଟିର ସଚ୍ଚୋଟପଣିଆ ହେତୁ ମନିପର୍ସଟି ତଳୁ ଉଠାଇ ଆଣିଲା ଓ ଭଦ୍ର ବ୍ଯକ୍ତି ଜଣକ କାରକୁ ଉଠିଲା ବେଳକୁ ସେଇ ଗରିବ ମଳିମୁଣ୍ଡିଆ ବାଳକଟି ତାଙ୍କ ହାତକୁ ମନିପର୍ସଟି ବଢାଇ ଦେଇ କହିଲା, ବାବୁ!ଆପଣଙ୍କ ମନିପର୍ସଟି ଗଳି ପଡିଥିଲା। ନିଅନ୍ତୁ। ସାବଧାନରେ ରଖିବେ। ନ ହେଲେ କିଏ ନେଇ ଯିବ। ପିଲାଟିର ସଚ୍ଚୋଟପଣିଆ ଦେଖି ଭଦ୍ର ବ୍ଯକ୍ତିଜଣକ ଅତ୍ୟନ୍ତ ଖୁସି ହେଲେ।ଆଶୀର୍ବାଦବି ଦେଲେ।ମନିପର୍ସରୁ କିଛି ଟଙ୍କା କାଢି କହିଲେ,ପୁଅରେ ! ଏହି ଟଙ୍କା ନେଇ,ଟଙ୍କାରେ ବାପାମାଆଙ୍କ ସେବା କରିବୁ।କେବଳ ସେତିକି ନୁହେଁ,ସଉଦା କରିଥିବା ବ୍ଯାଗଟି ମଧ୍ଯ ତା ହାତକୁ ବଢାଇ ଦେଇ ସେଠାରୁ ଚାଲିଗଲେ। ପିଲାଟି ଶାନ୍ତ ଚିତ୍ତରେ ଚାହିଁ ରହିଥିଲା ତାଙ୍କ ଗନ୍ତବ୍ଯ ପଥକୁ। ତାର ସଚ୍ଚୋଟତା ହେତୁ ସେ ଭଗବାନଙ୍କ ଠାରୁ ସେତକ ପୁରସ୍କାର ପାଇଲା। ∎ ଭର୍ତ୍ତୁର,ବାଙ୍ଗାଲୋର, କର୍ଣ୍ଣାଟକ।