ହସ ତାହାର ବାଣ୍ଟିଲା ହଂସନାଥ ମୁଦୁଲି ଜାନୁୟାରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-0a2ef25038.html କୁନିପିଲାଙ୍କ ହସର ଧାରେ ନୂ ଆ ବରଷ ଆସିଲା ଘାସ ଫୁଲର ଟିକି ଦୋଳିରେ ହସ ତାହାର ବାଣ୍ଟିଲା। (0) କୁନିପିଲାଙ୍କ ମିଠା କଥାରେ ନୂଆ ବରଷ ଆସିଲା ଶୀତ ସକାଳ ହେମାଳଧାରେ କାକର ଟିକେ ଛିଞ୍ଚିଲା ହସ ତାହାର ବାଣ୍ଟିଲା। କୁନିପିଲାଙ୍କ ନାଚ ଡିଆଁରେ ନୂଆ ବରଷ ଆସିଲା ରଙ୍ଗ ବେରଙ୍ଗ ଫୁଲ ମାଳରେ ବାସନା କେତେ ଭରିଲା ହସ ତାହାର ବାଣ୍ଟିଲା। ∎ ଖଣ୍ଡଗିରି, ଭୁବନେଶ୍ବର 751030