ବସନ୍ତ ସମୟ ରଙ୍ଗର ପରବ କୈଳାସ ଚନ୍ଦ୍ର ଧଳ ଏପ୍ରିଲ: ୨୦୨୬ Canonical: https://sishu.kabitawithoutborders.org/shishu/article_details-09d530d5ee.html କୋଇଲି ଗାଉଛି କୁହୁ କୁହୁ ହୋଇ ବଉଳ ଦେଉଛି ବାସ ମଳୟ ପବନ ବହେ ସୁଉ ସୁଉ ଚହଟାଇ ଚଉପାଶ | ହେନା ଜୁଇ ଜାଇ କୁରେଇ କରବୀ ଜିନିଆ ସେବତୀ ଫୁଲ ଜାତି ଜାତି ଗେଣ୍ଡୁ ପଳାସ ସୋରିଷ ଫୁଟି ଦିଶେ ଝଲମଲ | ହଳଦୀ ରଙ୍ଗରେ ହସଇ ବସନ୍ତ ସବୁଜ ଦିଶଇ ଧରା କଅଁଳିଆ ଖରା ମନ୍ଦ ସମୀରଣ ବିଲ ବଣ ଶୋଭା ଭରା | ଏକାଳେ ଫଗୁଣ ବିଞ୍ଚଇ ଅବିର ଫଗୁ ରଙ୍ଗେ ମନ ତାଜା ଦୋଳ ମଣ୍ଡପରେ ରାଧାକୃଷ୍ଣଙ୍କର ଫୁଲ ଦୋଳି ହୁଏ ସଜ୍ଜା | ଜାତି ଧର୍ମ ଭୁଲି ପୁଅ ଝିଅ ମିଳି ହୋଲିରେ ଉଠନ୍ତି ମାତି ବସନ୍ତ ସମୟ ରଙ୍ଗର ପରବ ଗାଉଥାଏ ମଧୁ ଗୀତି | ∎ ମୋବାଇଲ- -88895119944