ହୋଲି ଖେଳ ଭାରି ବଢ଼ିଆ ଶ୍ରୀ କୁଞ୍ଜବିହାରୀ ସାହୁ ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-086fa2c541.html ମୁନି ଡାକିଦେଲା ଆ` ଲୋ କୁନି ରଙ୍ଗ ବୋଳାବୋଳି ହୋଇବା, ହୋଲି ଖେଳି ଖେଳି ସରିଲେ ବେଳ ଘରେ ଦୁହେଁ ଆମେ ଖାଇବା । କୁନି କହିଦେଲା ହଁ ଲୋ ମୁନି ହୋଲିଖେଳ ଭାରି ବଢ଼ିଆ, ହୋଲି ଖେଳିବାକୁ ଚାଆଲେ ଯିବା ଘର ପାଖ ଘାସ ପଡ଼ିଆ । ମୁନି କୁନି ଦିହେଁ ହୋଇଲେ ସାଥୀ ମଜା ମଉଜରେ ଖେଳିଲେ, ନାଲି, ନେଳି, ଧଳା, ଶାଗୁଆ ରଙ୍ଗ ଦେହସାରା ଦୁହେଁ ବୋଳିଲେ । ରୁନୁ, ମୁନୁ, ଝୁନୁ, ଟୁକୁନା, ଟୁନା ସାଙ୍ଗମାନେ ଆସି ମିଶିଲେ, ହସି ହସି ରଙ୍ଗ ହୋଇଲେ ବୋଳି ଜୋକର ପରିକା ଦିଶିଲେ । ହସି ଖେଳି ଖେଳି ନାଚିଲେ ଥେଇ ଯେଝା ଘର ଯିଏ ଫେରିଲେ, ଘରେ ଖାଇ ପିଇ କରିଲେ ମଜା ହୋଲିଖେଳଟିକୁ ଝୁରିଲେ । ∎ ଭୁବନେଶ୍ବର ୭୦୦୮୧ ୪୨୦୪୦