ମୋ` ଠାକୁର କହିଲେ କବିତା ଦେବୀ ନଭେମ୍ବର : ୨୦୨୪ Canonical: https://sishu.kabitawithoutborders.org/shishu/article_details-07bfa9d10e.html ରାଜେନ୍ଦ୍ର ବାବୁ ଦୁଃଖରେ କାହାରି ସହିତ କଥା କହୁନାହାନ୍ତି । ତାଙ୍କ ମାଆ ଠାକୁରଙ୍କ ପାଖରେ ଅଖଣ୍ଡ ଜାଣି ଦିନରାତି ବସିଛନ୍ତି । ବନ୍ଧୁବାନ୍ଧବ ସାଙ୍ଗସାଥି‌ ସମସ୍ତଙ୍କର ତାକ୍ତରଖାନାରେ ଭିଡ । ବଣ୍ଟି ପାଞ୍ଚବର୍ଷର ପିଲାଟା । ତା` ମାମାକୁ ସବୁବେଳେ ଖୋଜି କାନ୍ଦୁଛି । ଜେଜେ ମା` ସାଥିରେ ଅଖଣ୍ଡ ଦୀପ ପାଖରେ ବସି କାନ୍ଦି କାନ୍ଦି କହୁଛି, ଠାକୁର ମୋ ମାମାକୁ ଭଲ କରିଦିଅ । ତାକ୍ତରଖାନା ସାମନାରେ ଶିବ ମନ୍ଦିର ଅଛି । ରାଜେନ୍ଦ୍ର ବାବୁ ହାତଯୋଡ଼ି କହିଲେ, ବଣ୍ଟି ର ମାମାକୁ ଭଲ କରିଦିଅ ପ୍ରଭୁ । ମନ୍ଦିର ପୂଜାରୀ କହିଲେ, ବାବୁ, ଆସନ୍ତା କାଲି ସୋମବାର , ଆପଣ ଶିବଙ୍କ ପାଖରେ ରୁଦ୍ରାଭିଷେକ କରନ୍ତୁ, ମା` ଭଲ ହୋଇଯିବେ। ରାଜେନ୍ଦ୍ରବାବୁ ଏସବୁ କଥା କେବେ ମାନନି ନାହିଁ । କାଲି ବଣ୍ଟି ମାମାଙ୍କର ହାଟ୍‌ ଅପରେସନ୍‌ ହୋଇଛି । ଏପର୍ଯ୍ୟନ୍ତ ତାଙ୍କର ସେନ୍‌ସ ଆସୁନାହିଁ । ତାକ୍ତରମାନେ ବ୍ୟସ୍ତ ହୋଇ ପଡିଲେଣି । ଯେତେ ଚେଷ୍ଟା କଲେ ମଧ୍ୟ ସବୁ ଆଶା ବିଫଳ ହେଉଛି । ରାଜେନ୍ଦ୍ର ବାବୁ ପୂଜାରୀଙ୍କ କଥାରେ ରାଜି ହେଲେ । ପରଦିନ ସକାଳୁ ଉଠି ଗାଧୋଇ ଫୁଲ, ଘିଅ, ଦୀପ, ଧୂପ, ଭୋଗ ଧରି ମନ୍ଦିରରେ ପହଞ୍ଚିଲେ । ମଠା ଯୋଡ ପିନ୍ଧି ପୂଜାରେ ବସିଲେ । ରୁଦ୍ରାଭିଷେକ ସରିଲା ବେଳକୁ ଦିନ ତିନିଟା ବାଜିଗଲାଣି । ପୂଜାରୀଙ୍କୁ ଏକ ହଜାର ଟଙ୍କା ଦକ୍ଷିଣା ଦେଲେ । ଘରେ ତ ମାଆ ଅଖଣ୍ଡ ଦୀପ ଜାଳୁଛନ୍ତି। ପୂଜାରୂ ଉଠି ଆସିଲା ବେଳକୁ ଦେଖିଲେ, ଜଣେ କୁଷ୍ଠରୋଗୀ ବୁଢ଼ା ବିକଳରେ ରାଜେନ୍ଦ୍ର ବାବୁଙ୍କୁ କହିଲା, ବାବୁ ଦିନଯାକ ଖାଇନାହିଁ । ମତେ ପଇସା ଦିଅନ୍ତୁ । ଚା` ଟିକେ ପିଇବି । ରାଜେନ୍ଦ୍ର ବାବୁ ବିରକ୍ତିରେ କହିଲେ, ମୁଁ ତ ମନ୍ଦିରରେ ସକାଳୁ ବସି ରୁଦ୍ରାଭିଷେକ କରି ଏବେ ଆସୁଛି । ପାଣି କି, ଚା, କପେ ପିଇନାହିଁ । ତତେ କ`ଣ ଦେବି ? ଏତେ ଅପରିଷ୍କାର କୁଷ୍ଠରୋଗୀ ପାଖରୁ ବିରକ୍ତିରେ ଚାଲିଆସିଲେ | ବଣ୍ଚ ତା` ମାମୁଁ ପାଖରେ ଠିଆ ହୋଇ ସବୁ ଦେଖୁଥିଲା । ବାବା କହିଲେ, ମୁଁ ମହାଦେବଙ୍କୁ ଯଥେଷ, ଫୂଲ, ଦୀପ, ଧୂପ, ଭୋଗ ଦେଇଛି ଏବଂ ବ୍ରାହୁଣଙ୍କୁ ଯଥେଷ୍ଟ ଦକ୍ଷିଣା ଦେଇ ଆସିଛି । ମୁଁ ସକାଳୁ ଖାଇନାହିଁ, ଚାଲ ସମସ୍ତେ ଜଳଖିଆ ଖାଇବା । ସମସ୍ତେ ଖାଇବା ପାଇଁ କ୍ୟାନ୍ଟିନ୍‌ ଗଲେ । ବଣ୍ଟି ମନ ସେହି ଭିକାରୀଟି ପାଖରେ । ତେଣୁ ସେ ଡାକ୍ତରଖାନାରୁ ଲୁଚି ଫାଟକ ପାଖ ଶିବ ମନ୍ଦିର ପାଖକୁ ଗଲା । ସେ କୁଷ୍ଠରୋଗୀ ସେମିତି ରାସ୍ତା କଡରେ ବସିଛନ୍ତି । ବଣ୍ଟି ତାଙ୍କୁ ବିସ୍କୁଟ । ପାକେଟ ଦେଲା । ସକାଳେ ଜେଜେ ମାଆ ଦଶଟଙ୍କା ଦେଇଥିଲେ, ତାକୁ ସେ ଭିକାରୀକୁ ଦେଇଦେଲା । ମନ୍ଦିର ପୂଜାରୀଙ୍କ ଠାରୁ ଭୋଗ ମାଗି ଆଣି ତାକୁ ଖାଇବାକୁ ଦେଲା । ମନ୍ଦିର ପୂଜାରୀ କହିଲେ, କୁଷ୍ଠରୋଗୀଟା ପାଖକୁ ଯାଅନା। ବଣ୍ଟି ମାନିଲା ନାହିଁ । ତାଙ୍କ ହାତ ଧରି ସବୁ ଖାଇବାକୁ କହିଲା । ସଙ୍ଗେ ସଙ୍ଗେ ଚାରିଆଡ ଅନ୍ଧାର ଘୋଟିଗଲା । ସ୍ବୟଂ ଶିବ ଠାକୁର ବଣ୍ଟି ମୁଣ୍ଡରେ ହାତ ରଖି କହିଲେ, ତୁ ହେଉଛୁ ସୁନାପୁଅ । ମୋର ପ୍ରକୃତ ଭକ୍ତ । ମୁଁ ମନ୍ଦିରରେ ନ ଥାଏ । ଏହିଭଳି ଲୋକଙ୍କ ହୃଦୟରେ ଥାଏ । ତୋର କ`ଣ ଦରକାର କହ । ବଣ୍ଟି କାନ୍ଦି କାନ୍ଦି କହିଲା, ମୋ ମାମା ଦେହ ଭଲ କରି ଦିଅ ଠାକୁର । ମହାଦେବ କହିଲେ, ତୋ ମାମା ଦେହ ଭଲ ହୋଇଗଲାଣି ତୁ ତାଙ୍କ ପାଖକୁ ଯାଆ । ଏହା କହି ଠାକୁର କୁଆଡ଼େ ଚାଲିଗଲେ । ପୁଣି ଚାରିଆଡ଼ ଆଲୋକିତ ହୋଇଗଲା । ବଣ୍ଟି ଖୁସିରେ ତାକ୍ତରଖାନା ଦୌଡି ଯାଇ ଦେଖିଲା ସମସ୍ତଙ୍କ ଆଖିରେ ଲୁହ । କାହାକୁ କିଛି ନ ପଚାରି କହି ପକାଇଲା ମୋ ଠାକୁର କହିଲେ, ମାମା ଭଲ ହୋଇ ଗଲେଣି । ଡାକ୍ତର ଆଇ.ସି.ୟୁ ଭିତରୁ ବାହାରି ଆସି କହିଲେ , ଶୁଭ ସମାଚାର । ମାଡାମ୍‌ଙ୍କ ସେନ୍‌ସ ଫେରି ଆସିଲାଣି । ସେ ତାଙ୍କ ପୁଅ ବଣ୍ଟିକୁ ଖୋଜୁଛନ୍ତି । ଜେଜି ମା` ହାତଯୋଡ଼ି କହିଲେ, ହେ ପ୍ରଭୁ ସବୁ ତୁମରି ଦୟା । ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନୀଳାଦ୍ରି ବିହାର, ଭୁବନେଶ୍ବର -୨ ୧ ଫୋନ - ୯ ୯୩୩୦ ୩୩୭୫୦