ସୁନୁସୁନିଆ ଧୀରେନ ମିଶ୍ର ଏପ୍ରିଲ: ୨୦୨୪ Canonical: https://sishu.kabitawithoutborders.org/shishu/article_details-072ace6221.html ସୁନୁସୁନିଆ ରେ ସୁନୁସୁନିଆ ତୁ କୁଆଡେ ଯାଉଛୁ ଧାଇଁ ମୋ ଗଡୁ ସକାଳୁ ବାଟ ଜଗିଅଛି ତୋ`ସାଥେ ଖେଳିବା ପାଇଁ । ସୁନୁସୁନିଆ ରେ ସୁନୁସୁନିଆ ତୁ କାହିଁକି ଆସିଲୁ କହ ମୋ ଗଡୁ ଯାଉଛି ଦାନ୍ତ ଘଷିବାକୁ ଜଳଖିଆ ଦେବ ରହ । ସୁନୁସୁନିଆ ରେ ସୁନୁସୁନିଆ ତୁ କରନାହିଁ ଜମା ଡେରି ମୋ ଗଡୁ ପଢିବ ସକାଳୁଆ ପାଠ ଡେରି କଲେ ଯିବୁ ଫେରି । ସୁନୁସୁନିଆ ରେ ସୁନୁସୁନିଆ ତୁ ଫେରିଯାଆ ନିଜ ଘରେ ମୋ ଗଡୁ ହେଲାଣି ସୁନାପୁଅ ଏବେ କକ-ବାଇଆ`ର ଡରେ । ∎ ଶୁଶୁଡା , ଅନୁଗୋଳ , ଫୋନ – 7978087891