ଭୁଦିଆ ଖରା ଧ୍ରୁବ ଚରଣ ଘିବେଲା ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-066cbd7f21.html ଭୁଦ ମାସର ଭୁଦିଆ ଖରା ଖରାଦିନଠୁ ବଳି ଟାଣ ଖରାକୁ ଜୀବଜନ୍ତୁ ବି ବାହାରନ୍ତିନି ଚରି I ଖରାଦିନିଆ ଖରା ଭଳିଆ ଭୁଦମାସିଆ ଖରା ଦେହକୁ କାଟେ ମୁଣ୍ଡକୁ ଭେଦେ ଅତି ଟାଆଣ ଖରା I  ଭୁଦର ସାଥେ ଶରତ ଆସେ ନିର୍ମଳ ଶୋଭା ନେଇ ସରସୀ ଜଳ କାଚ ପରିକା ସଫା ସଫେଦ ଥାଇ I ଯେଉଁଠି ଦେଖ ଦେଖି ପରଖ ସ୍ୱଚ୍ଛତା ଥାଏ ସେଠି ସ୍ୱଚ୍ଛ ପ୍ରକାଶ ସାରା ଜଗତ ସୁନ୍ଦରତା ସବୁଠି I ଧବଳ ବେଶେ କାଶ ଯେ ହସେ ପବନ ସାଥେ ଖେଳି ଥାଏ ସବୁଠି ତା` ଉପସ୍ଥିତି ସାଥି ପବନ ଦୋଳି I ଭୁଦିଆ ଖରା ଟାଣ ହେଲେ ବି କାଶ ହୁଅଇ ଉଭା କାଶ ସୁନ୍ଦରୀ ଶରତ ଶୀରି  ବାଢ଼େ ଶରତ ଶୋଭା I ନାହିଁ ଖାତିରି ଭୁଦ ଖରାକୁ କ୍ଷେତରେ ଚାଷୀ ଭାଇ ବାଳୁଙ୍ଗା ବଛା କାମରେ ଥାଏ ବେଳାରେ ଖାଇ ପିଇ I  ଭୁଦ ମାସର ଶୁକୁଳ ପକ୍ଷ ଚତୁର୍ଥୀ ତିଥି ଦିନ ପୂଜା ପାଆନ୍ତି ପାଠର ଦିଅଁ ଗଣେଶ ଗଜାନନ I ଏଇ ମାସର ତିଥି ତିହାର ନୂଆଖାଇ ପରବ ନୂଆ ଅନ୍ନକୁ ମାଟିମାଆକୁ ସଅଁପିବାରେ ଗର୍ବ I ନଡରି ଭୁଦ ମାସିଆ ଖରା ପାଳୁ ପରବ କେତେ ପାଳି ପରବ ଗରବ ଭାବ ସାଉଁଟି ଥାଉ ସେତେ I ∎ ବଉଦରାଜ -762014, ଜି. ବୌଦ୍ଧ ମୋ.9437478466