ମାଆ ପାଇଁ ଗଛଟିଏ ଜୟକୃଷ୍ଣ ସାହୁ ନଭେମ୍ବର : ୨୦୨୪ Canonical: https://sishu.kabitawithoutborders.org/shishu/article_details-05d2a4d222.html ମାଆ ପାଇଁ ଆଜି ପୋତିଲି ଗଛଟି ସାହା ହେବ ଆମ ପାଇଁ ଫୁଲ ଫଳ ଦେଵ ଅମ୍ଳଜାନ ଦେଵ ଦେଵ ଆମ ପାଇଁ ଛାଇ ଏଇ କଥା କୁନୁ କହି, ଲଗାଇଲା ଗଛ ଖୁସିରେ ବାଡ଼ିରେ ଖତ ସାର ପାଣି ଦେଇ। କଅଁଳ ପତର ଗୋଟି ପରେ ଗୋଟି ଆସିଲା ସେ ମୁହଁ କାଢ଼ି ଅଳପ ଦିନରେ ସାଇଁ ସାଇଁ ହୋଇ ଗଛ ଯାଉଥିଲା ବଢ଼ି ଦେଖି କୁନୁ ମନ ଖୁସି, ଗେଲ କରି ମନକଥା କହୁଥିଲା ଅଳପ ଅଳପ ହସି। ଫୁଲ ଫୁଟି ଫୁଲକଷି ହେଲା ଗଛେ ବଢ଼ି ହେଲା ମିଠା ଫଳ ମିଠା ଫଳ ଦେଇ କହିଲା ଜେଜେଙ୍କୁ ଖାଇଲେ ହୋଇବ ଵଳ ଜେଜେ ନେଲେ କୋଳେ ଟେକି, କହିଲେ ସତରେ ନାତୁଣୀଟି ମୋର ସୁନାଝିଅ ସୁନାନାକୀ। ∎ କପିଳ ପ୍ରସାଦ, ଭୁବନେଶ୍ୱର-୨ ମୋ-୯୯୩୭୦୯୨୩୯୭.