ବେଙ୍ଗ ରଜା ହେଲା ବାହା ଧନଞ୍ଜୟ ସ୍ଵାଇଁ ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-056275d26b.html ମେଘ ଘୋଟି ଗଲା ବରଷା ଝରିଲା ବେଙ୍ଗ ରଜା ହେଲା ବାହା ପିମ୍ପୁଡି ମନ୍ଦାକ ବରଯାତ୍ରୀ ହୋଇ ବାହାରିଲେ ପିଇ ଚାହା । ବାଣ ରୋଶଣିରେ ବରଯାତ୍ରୀ ମାନେ ଯାଉଥିଲେ ନାଚି ନାଚି ବାଟେ ଦେଖି ପାଣିଧଣ୍ଡ ଟିଏ ସବୁ ବୁଦା ମୂଳେ ଗଲେ ଲୁଚି। ବରଯାତ୍ରୀଙ୍କ ଭିଡରେ ଦେଖି ସେ ଝଡ଼ିପୋକ ମାଳ ମାଳ ବାହାଘର କଥା ଭୁଲି ବେଙ୍ଗରଜା ପାଟିରୁ ଗଡିଲା ଲାଳ। ଜୁଳୁଜୁଳିଆକୁ କହିଲା ଡାକି ତୁ ଲାଇଟ ଦେଏନା ଜାଳି ଝଡ଼ି ପୋକ ଗଣ୍ଡେ ଆଣ ମୋ ପାଖକୁ ପେଟରେ ଭୋକ ମୋ ଭାରି। ଝଡ଼ି ପୋକ ଖାଇ ନିଦେ ମାରି ହାଇ ବେଙ୍ଗ ରଜା ଗଲା ଶୋଇ ତିଥି ଗଡି ଗଲା ବେଙ୍ଗୁଲୀ ରହିଲା (ତେଣେ)ମଙ୍ଗୁଳା କନିଆ ହୋଇ।। ∎ ମୋ-9437000636