ମୋର ବି ମନ ଟେ ଅଛି ଗୋପୀନାଥ ଦାଶ ଫେବୃଆରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-03b6ca1794.html ମନ ଲାଗେ ମତେ ଖେଳନ୍ତି ଟିକିଏ ସକାଳେ ଓ ସନ୍ଧ୍ୟାରେ ବାପା କିନ୍ତୁ ମତେ ତାଗିତ କରନ୍ତି ମନଦିଅ ପାଠ ପଢ଼ାରେ। ବୁଲିବାକୁ କେତେ ମନଲାଗେ ମତେ ଦେଖନ୍ତି ପାହାଡ ନଈ ବାପା କିନ୍ତୁ ମତେ ତାଗିତ କରନ୍ତି ସମୟ ନଷ୍ଟ କର ନାହିଁ। ପୋଖରୀ କୁ ଯାଇ ପହହଁରନ୍ତି ଟିକେ ସାଙ୍ଗଙ୍କ ମେଳରେ ଯାଇ ବାପା କିନ୍ତୁ ମତେ ତାଗିତ କରନ୍ତି ଏମିତି ହଉଛୁ କାଇଁ। ମାମୁଁ ଘର ଯିବି ଗେଲ ହେବି ଟିକେ ଭାବେ ଏକଲା ବସି ବାପା କିନ୍ତୁ ମତେ ତାଗିତ କରନ୍ତି ବହି ଧରି ପଢ ବସି। ଧଉଳି ଦେଖିବି କୋଣାର୍କ ଦେଖିବି ବୁଲିବି ନନ୍ଦନ କାନନ ବାପା କିନ୍ତୁ ମତେ ତାଗିତ କରନ୍ତି ଛୁଟି ରେ ସାର ପାଠ କାମ। ବାପା ଟିକେ ଆସ ବୁଲେଇ ଆଣିବ ପାର୍କ କୁ ନେଇ ମତେ କାମ ଅଛି ବେଶୀ ଆଉ କେବେ ଯିବା ଭୁଲାଇ ଦିଅନ୍ତି ସତେ। କାଳେ ଟିଭି ଦେଖି ଦେବ ଭାବି ରିଚାର୍ଜ କରନ୍ତି ନାହିଁ ମୁଁ ବି ଜାଣିଛି ପାଠ ପଢି ଭଲ ମଣିଷ ଟେ ହେବି ମୁହିଁ। ମୁଁ କଣ ଚାହୁଁଛି କେହି ପଚାରନ୍ତି ନି ମୋର ବି ମନ ଟେ ଅଛି ତାଙ୍କ ଇଛା ସବୁ ମୋ ଉପରେ ଲଦି ଭାବନ୍ତି ନି ଅନ୍ୟ କିଛି। ∎ ବରପାଲିପଡ଼ା, ବଲାଙ୍ଗିର Mo-6371805070