ସେ ହେବ ମାଣିକମୋତି ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-037a3eded3.html ପାଚିଲା ଆମ୍ବଟେ ଝଡ଼ିପଡ଼ିଥିଲା ଚଲାବାଟ ଧାରେଧାରେ ସେଇ ବାଟେ କେତେ ଆସି ଯାଉଥିଲେ କେହି ନ ଚାହିଁଲେ ତା`ରେ. ଆମ୍ବଦେହ ସାରା ଦିଶୁଥିଲା ସତେ ହଳଦିଆ ଗୁରୁଗୁରୁ ଗୁଣ୍ଡୁଚି ଆଦରେ ଖାଇ ଦେଇଥିଲା ପେଟ ଭରୁ କି ନ ଭରୁ. ହାଲୁକା ପବନେ ଝଡ଼ି ସେ ପଡ଼ିଲା ଏଇ ତ ସଡ଼କପାଶେ ସକାଳବୁଲାଳି ଦେଖି ତାକୁ ଗଲେ କେହି ନେଲେ ନାହିଁ ଶେଷେ. ଦରଖିଆ ଭାବି ଗଲେରେ ଏଡ଼ାଇ ନେଲେ ନାହିଁ କେହି ଜଣେ ସାଇତିଲେ ନାହିଁ ଆଦରଯତନେ ନେଇ ନିଜ ଘରକଣେ. ଅବା କେହି ତାକୁ ପୋତିଲା ନାହିଁ ତ ନିଜର କ୍ଷେତରେ ନେଇ କଲେନି ଯତନ ଆପଣା ହାତରେ ଆଉ ଏକ ଗଛପାଇଁ. ଗଛ ନାହିଁ ବୋଲି ଦାଉସାଧେ ଖରା ଆମେ ହେଉ କଲବଲ ଗଛପାଇଁ କେବେ କେହି ହେଲେ ଭଲା ଟିକିଏ ଉଦ୍ୟମ କଲ? ପାଚିଲାଫଳର ମଞ୍ଜି ନେଇ ଥରେ ଦିଅ ବଗିଚାରେ ପୋତି ସେଇ ଦିନେ ପରା ସାଜିବ ଜାଣିଥା ସମାଜେ ମାଣିକମୋତି. ∎