ଫୁଟିଯାଅ ତୁମେ ଫୁଲ ପରି ଅନନ୍ତ କୁମାର ସେନାପତି ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-032393ae05.html ଫୁଟିଯାଅ ତୁମେ ଫୁଲ ପରି କାନନେ ମହକ ଦିଅ ଭରି ନୂଆ ନୂଆ ଜ୍ଞାନ ଅରଜନ କରି ଭଲ କାମ ଯେତେ ଯାଅ କରି । ମଧୁର ବଚନ ସଦା କହି ଆଗକୁ ଆଗକୁ ଯାଅ ବହି ଯେତେ ଦୁଃଖ ଆସୁ ଜୀବନ ପଥରେ ଧରଣୀ ପରିକା ନିଅ ସହି । ଜଗତେ ସଭିଙ୍କୁ ଭଲ ପାଅ ଦୁଃଖ ରେ ସୁଖ ରେ ପାଖେ ଥାଅ ଯେଉଁଠି ଥିଲେ ବି ଜନମ ମାଟିର ଜୟଗାନ ସଦା କରୁଥାଅ । କାମ କରିଯାଅ ବୀର ପରି ସବୁ ମନେ ଖୁସି ଯାଉ ଝରି ନୂଆ ଆଲୋକରେ ଭରିଦେବ ଦିନେ ଆଉ କିଏ ହେବ ତୁମ ସରି । କେଡେ ମଧୁମୟ ଏହି ଧରା ସବୁଜ ସୁନ୍ଦର ଅଛି ଭରା ଯତନ କରିଲେ ସରଗର ଖୁସି ଆମରି ପାଇଁକି ଝରିଯିବ ଆସି କେତେ ସାରା । ∎ ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼ ଫୋନ 7008304225