ବାଇ ଚଢେଇ ବସିରନ୍ ବିବି ଏପ୍ରିଲ: ୨୦୨୫ Canonical: https://sishu.kabitawithoutborders.org/shishu/article_details-031a71414f.html କେତେ ଟିକି ଏଇ ବାଇ ଚଢେଇ କି ଯତନେ ଦେଖ ବସା ବୁଣଇ, ଟିକି ଥଣ୍ଟେ ,କୁଟା କାଠିକୁ ଧରି, ଉଡ଼ି ଆସୁଅଛି ଦେଖ କିପରି। ଅଧାଗଢ଼ା ବସାରେ, ତାକୁ ଯୋଖି, ଆଉ ଖଣ୍ଡେ ପାଇଁ ଉଡ଼ି ଯାଉଛି, ଅବିରତେ ଲାଗିଅଛି କାମରେ, ଏକ ମନ ପ୍ରାଣ ଏକ ଧ୍ୟାନରେ । କୁନି ଥଣ୍ଟ ଟିରେ ତାଳ ଖଜୁରୀ, ପତର ଆଣୁଛି ଯତନେ ଚୀରି, ଚଢେଇ କୁଳର ବୁଣାଳୀ ପକ୍ଷୀ, ବସା ବୁଣେ ଘାସ ପତର ଯୋଖି। ଗଢୁଛି ବସାକୁ କରି ଜବର ବାଆ ବତାସ କୁ ନଥିବ ଡର, ଝଡି ବରଷାରେ ବସାରେ ଥାଇ, ଦୋଳି ଖେଳୁଥିବ ଛୁଆଙ୍କୁ ନେଇ। ଶିଖ ତା`ଠାରୁ କର୍ମ କଉଶଳ, ଅଳସ ଠାରୁ ରହି ସଦା ଦୂର , ମନ ଲଗାଇ ଯେ କରଇ କାମ, ବିଫଳ ହୁଏନି ତ`ପରିଶ୍ରମ। ∎ ନୟାଗଡ଼