ଜଗତ ହିତରେ ଗଛ ଜୀବନ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-01e9e2f545.html ଦୂରୁ ଗଛ ଦିଶେ ଆହାକି ସୁନ୍ଦର କି ସୁନ୍ଦର ଦିଶେ ସବୁଜ ପତର ଫୁଲ ଅତି ମନଲୋଭା, ଦେଖିଦେଲେ ଥରେ ମନ ପୁରିଉଠେ କି ଉପମା ତା କୁ ଦେବା l ୧ l ଗଛ ଉପକାର କିଏବା ଭୁଲିବ ଯେତେଦିନ ଯାଏ ଗଛ ବଞ୍ଚିଥିବ ଧରା ପରେ ଥିବ ରହି, ଦେଉଥିବ ଛାଇ ଫୁଲ ସାଥେ ଫଳ ସବୁ ପରା ଆମ ପାଇଁ l ୨ l ପ୍ରଶ୍ୱାସ ପାଇଁ ସେ ଦିଏ ଅମ୍ଳଜାନ ଅଙ୍ଗାରକାମ୍ଳ କୁ କରେ ସେ ଗ୍ରହଣ ସ୍ୱଚ୍ଛ ରଖେ ପରିବେଶ, ଜଗତ ଜନଙ୍କୁ ଅମୃତ ବାଣ୍ଟଇ ଶୋଷି ନେଇ ନିଜେ ବିଷ l ୩ l ଖରାଦିନେ ଛାଇ ଦେଉଛି ଆମକୁ ଶୁଖିଲା ପତର ଦିଏ ଜାଳିବାକୁ ଗଛ ର କାଠ କୁ ନେଇ, ଖଟ ଚଉକାଠ କବାଟ ଗଢୁଛେ ଆମେ ନିଜ ଘର ପାଇଁ l ୪ l ଔଷଧ ହେଉଛି ଗଛ ଛେଲି ଚେର ପତର କରଇ କେତେ ଉପକାର ଏ ଜୀବ ଜଗତ ପାଇଁ, ଦାନ ତା ମହାନ କିଏବା ଭୁଲିବ ଅମୂଲ୍ୟ ରତ୍ନ ଟି ସେହି l ୫ l ଜଗତ ହିତରେ ଗଛ ତା ଜୀବନ ଦେଖ ପିଲେ କରିଅଛି ସମର୍ପଣ ଆମେ ତା ଯତନ ନେବା, ଗୋଟି ଗୋଟି ଚାରା ବାଡ଼ିରେ ଲଗାଇ ଆମେ ତା କୁ ବଢ଼ାଇବା l ୬ l ∎ ଯଦୁ ମାଳତୀ କୃପା ନିବାସ ଶକ୍ତି ବିହାର, ବାଲିପଡ଼ା, ପୋଷ୍ଟ - ଗୌଡଗୋପ, ଭାୟା - ନିଶ୍ଚିନ୍ତକୋଇଲି, ଜିଲ୍ଲା - କଟକ -754207 ମୋବାଇଲ୍ -7609044383