ନୂଆ ଦେଶ ଗଢିବା ଶ୍ରୀ ବିଜୟକୁମାର ଛାଟୋଇ ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-0189168c81.html ଜାତି ତ ଜାତି ମଣିଷ ଜାତି ଆଉ ତ ଜାତି ନାହିଁ ? ବେଶ ପୋଷାକ ଅଲଗା ସିନା ସଭିଏଁ ଆମେ ଭାଇ ।। ଧରମ ଅଟେ ସେହି ତ ଭାଇ ମହାନ ଯା`ର କାମ, ପର ସେବାରେ ଜୀବନ ଦେଇ ବଢାଏ ସିଏ ନାମ ।। କରମ ଯା`ର ଅଟଇ ଭଲ ଯଶ ରହଇ ତାର, ଛଳ କପଟ କରଇ ଯିଏ ଧିକ ଜୀବନ ତାର ।। ଯିଏ କହୁଛ ଗରବ କରି ଆମେ ଧାର୍ମିକ ବୋଲି, ଦେଖାଅ ତୁମ ଧରମପଣ ଯାଉ ସତଟି ଖୋଲି ।। ମଣିଷ ଆମେ ମହାନ ହୋଇ କରିବା ପୁଣ୍ଯକାମ, ସେହି ତ ଭାଇ ଜୀବନେ ଲାଭ ଲଭିବା ସ୍ୱର୍ଗଧାମ ।। ଏହି ରାଇଜେ ସଭିଏଁ ଆମେ ଏକ ହୋଇ ଚଳିବା, ସଭିଙ୍କୁ ଆମେ ଆଦର କରି ନୂଆ ଦେଶ ଗଢିବା ।। ଛୁଆଁ ଅଛୁଆଁ ଭେଦ ଭାବକୁ ମନରୁ ଦେବା କାଢି, ଉଚ୍ଚ ହେବାକୁ ମହତ କଥା ଦେବା ସବୁଠି ବାଢି ।। ∎ ମହୁରା, ସତ୍ଯବାଦୀ,ପୁରୀ