ଛୋଟ ଛୋଟ ଡକ୍ଟର ରବିନାରାୟଣ ସାହୁ ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-0185e353fe.html ଛୋଟ ଛୋଟ ଟିକି ଫୁଲ କିଣି ନିଏ ମନକୁ ଛୋଟ ଛୋଟ ଗୀତ ଯେତେ ଭଲ ଲାଗେ କାନକୁ। ଛୋଟ ଛୋଟ ମିଠା ଫଳ ଲାଗେ ଭାରି ସୁଆଦ ଛୋଟ ଟିକି ପ୍ରଜାପତି ଦିଏ କେତେ ଆନନ୍ଦ। ଛୋଟ ଛୋଟ ଦୟାଭାବ ଛୁଇଁ ଯାଏ ହୃଦୟ ଛୋଟ ଇର୍ଷା ଘୃଣା କରେ ମଣିଷକୁ ନିର୍ଦ୍ଦୟ। ଛୋଟ ଛୋଟ ବହି ଦିଏ କେତେ ବଡ଼ ବାରତା ପରାଣକୁ ଛୁଇଁ ଯାଏ ନବୋଦିତ ସବିତା। ଛୋଟ ଛୋଟ ଗୀତ ଗାଥା ଛୋଟ ଛୋଟ କବିତା ମରମରେ ଜାଳି ଦିଏ ଚେତନାର ସଳିତା। ଛୋଟ ଛୋଟ ପିଲାସବୁ ହସ ମଜା କରନ୍ତି ବଡ଼ ହୋଇ ପାଠ ପଢି ଦୁନିଆକୁ ଗଢନ୍ତି। ଆମେ ଆଜି ଛୋଟ ଅଛେ କାଲି ବଡ ହୋଇବା ଆମ ଗୁଣ ଗରିମାରେ ଜଗତକୁ ମୋହିବା। ∎ ସମ୍ପାଦକ `କଳାମାଣିକ` ସ୍ମୃତି ନଗର, ବରଗଡ଼-୨୮